Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ

by ସଞ୍ଜୟ ସ୍ୱାଇଁ
May 12, 2022
in Nayagarh, State
ବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ
98
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୂର୍ବାହ୍ନ ୧୦ଘଟିକା ସମୟରେ “ବେଟି ବଚାଓ, ବେଟି ପଢ଼ାଓ” (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈ÷ମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଡା. ଟୁଡୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା । ବିଦ୍ୟାଳୟସ୍ତରରେ ପାଠ ଛାଡ଼ୁଥିବା କିଶୋରୀମାନଙ୍କ(୧୦ ରୁ ୧୮ବର୍ଷ) ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ମନ୍ଦିରମାନଙ୍କରେ ହେଉଥିବା ବିବାହ କାର୍ଯ୍ୟର ପଂଜିକରଣ କରାଯିବ । ଏହି ପଂଜିକରଣରେ ଆଧାର ଜନ୍ମ ତାରିଖକୁ ଗ୍ରହଣ କରା ନ ଯାଇ ସଂପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଲିଭା ରେଜିଷ୍ଟରର ଜନ୍ମ ତାରିଖକୁ ଗ୍ରହଣ କରିବା ନିମନ୍ତେ ନିଷ୍ପତି ହୋଇଥିଲା । ବାଲ୍ୟ ବିବାହ ବନ୍ଦ କରିବା ଅଭିଯୋଗଗୁଡ଼ିକର ଶୁଣାଣି ସଂପୃକ୍ତ କିଶୋରୀର ପିତାମାତା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିଶୁ ମଙ୍ଗଳ ସମିତି ସଭ୍ୟ/ସଭ୍ୟା, ବାଲ୍ୟ ବିବାହ ନିଷେଧ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ସମସ୍ତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ସମସ୍ୟାର ସମାଧାନ କରାଯିବା ଉପରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବାଲ୍ୟ ବିବାହ ନିରାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ମାଆମାନଙ୍କୁ ଗ୍ରାମ୍ୟସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେଚନ କରିବା ପାଇଁ ଜିଲ୍ଲା ସଂଯୋଜିକା, ମିଶନଶକ୍ତିକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଅଙ୍କ ତୁଳନାରେ ଝିଅଙ୍କ(୦ ରୁ ୬ବର୍ଷ) ସଂଖ୍ୟା ସର୍ବାଧିକ ମାତ୍ରାରେ ହ୍ରାସ ପାଉଥିବା ପଂଚାୟତଗୁଡ଼ିକୁ ପୋଷ୍ୟ ପଂଚାୟତ ଭାବରେ ଗ୍ରହଣ କରିବା ସହ ବାଲ୍ୟବିବାହରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମଂଚାସୀନ ଥିଲାବେଳେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସତ୍ୟରଂଜନ ଦାଶ (ଆନୁଷ୍ଠାନିକ ଅଧିକାରୀ), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!