Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଫେମ୍’

by ସଞ୍ଜୟ ସ୍ୱାଇଁ
January 7, 2020
in Literature
‘ଫେମ୍’
42
VIEWS
Share on FacebookShare on Twitter

ପଢ଼ନ୍ତୁ ଡ. ଆଶୁତୋଷ ମିଶ୍ରଙ୍କ ଏକ କ୍ଷୁଦ୍ରଗଳ୍ପ

ହିନ୍ଦୀ ସିନେମାରେ ନହେଲେ କ’ଣ ହେଲା ? କେତୋଟି  ଝାଡ଼ଖଣ୍ଡି ସିନେମାରେ ତ ଗୀତ ମିଳିଯାଇଥିଲା ତାକୁ । ହଉ ପଛେ ଲୋ’ ବଜେଟ, ବି- ଗ୍ରେଡ ସିନେମା  । ନାଇଁ ମିଛ କହିଲା ରାହୁଲ ଶୀବାସ୍ତବ  । ମିଳିନି । ସର୍ବଭାରତୀୟ ସ୍ତରରେ ପ୍ରାୟ ଛ ମାସ ଧରି ପ୍ରଚାରିତ ହୋଇଥିବା ଓ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ରିଆଲିଟି ସୋ ‘ହିନ୍ଦୁସ୍ଥାନ କୀ ଆୱାଜ- ୨୦୧୫’ର ବିଜେତା ରାହୁଲକୁ  ବୁଲିବାକୁ ପଡ଼ିଚି ଷ୍ଟୁଡିଓ ପରେ ଷ୍ଟୁଡିଓ । ସ୍ୱପ୍ନର ସହର ମୁମ୍ବାଇରେ ତା’ କଂଠର ଦିୱାନା ଦେଖେଇ ହେଇଥିବା ଅନେକ ବିଚାରକ- ସଂଗୀତ ନିର୍ଦ୍ଦେଶକ, ଦେଖି ନପାରିବା ପରି ଏଡ଼ାଇ ଯାଇଛନ୍ତି ରାହୁଲ ଶ୍ରୀବାସ୍ତବକୁ । ଏବେ ସେ ଝାଡ଼ଖଣ୍ଡରେ । ତା’ ନିଜ ରାଜ୍ୟରେ ରାଜା ପରି ବୁଲୁଚି । ଷ୍ଟେଜ ପରେ ଷ୍ଟେଜ । ଝାଡ଼ଖଣ୍ଡ କୀ ସାଆନ ରାହୁଲ ଶ୍ରୀବାସ୍ତବ ଆଜି ଯାଉଚି ବୋକାରେ । ଷ୍ଟିଲ ପ୍ଲାଣ୍ଟର ଏକ ବର୍ଣ୍ଣାଢ଼୍ୟ ଉତ୍ସବର ଆଜି ସେ ମୂଖ୍ୟ ଆକର୍ଷଣ ।  ଆୟୋଜକଙ୍କ ଇନୋଭା ଗାଡ଼ି ଭିତରେ ରାହୁଲ ମନେ ମନେ କହୁଥିଲା ; ଚଲୋ ଠିକ ହେ… କୁଚ୍ଛ ତୋ ମିଲ ଯାତା ହୈ÷ ।  ଅନ୍ୟ ମନସ୍କ ହେଉଥିଲା ସହର ଭିତରେ ନିଜ ହୋଡ଼ିଂକୁ ଦେଖି । ପ୍ରାୟ ପାଂଚ ହଜାର ଜାଗାରେ ତା ହୋଡ଼ିଂ ଲାଗିଥିବାର ସୂଚନା ଦେଉଥିଲା । ତା’ ପାଖରେ ବସିଥିବା, ତାକୁ ଆଣିବାର ଦାୟିତ୍ୱ ନେଇଥିବା ଜଣେ ଷ୍ଟିଲ ପ୍ଲା’ର ଯୁବ ଇଂଜିନିୟର । ରିଫ୍ରେଶ ହେଉଥିବା ବଂଗଳାର ଲବିରେ ବୁଲୁବୁଲୁ ଭାବୁଥିଲା ରାହୁଲ…. ଏ.ସି. ଅଡିଟୋରିୟମ । ଦୁଇ ହଜାର ଦର୍ଶକ, ଚାରି ହଜାର ହାତର ତାଳି.. । ସମସ୍ତେ ଝୁମି ଯାଉଥିବେ ତା ଓଜନଦାର କଂଠର ମାଧୁର୍ଯ୍ୟରେ ! ପୁଣି ଥରେ ସ୍ମାଟ ଫୋନକୁ ଚାର୍ଜ କରି ପରଖିନେଲା । ସବୁ ପ୍ରସ୍ତୁତ ଅଛି । ପୁରା ରକଷ୍ଟାର ଲୁକରେ ରାହୁଲ ପହଂଚିଲା ପ୍ରେକ୍ଷାଳୟ ନିକଟରେ । ପ୍ରେକ୍ଷାଳୟ ପଛପଟର ଗ୍ରୀନରୁମରେ ଏକ ହାତ ନଥିବା ପ୍ଲାଷ୍ଟିକ ଚେୟାରରେ ସେ ବସିଲା । ଉଦଘୋଷକ ଜଣାଇଦେଲେ ଦର୍ଶକଂକୁ ରାହୁଲ ଶ୍ରୀବାସ୍ତବର ଉପସ୍ଥିତି । ତାଳିର ଲହରି ପରେ ପରେ ଅନେକ କୁନି ପିଲା, ଯୁବକ ଯୁବତୀ, ପୈ÷ଢ଼ ବି ବ୍ୟାକ ଷ୍ଟେଜ ଆସି ଅଟୋଗ୍ରାଫ ନେଲେ, ସେଲଫି ନେଲେ ତା’ ସହ । ଆଦୈା ଚିହ୍ନି ନଥିବା ଲୋକଂକ ସହ ହସି ହସି ପୋଜ ଦେଉଥିଲା । ‘ଉଇଥ ଲଭ’ ଲେଖି ଦଉଥିଲା ଫ୍ୟାନ ମାନଂକ ଚଟି ଖାତାରେ, ଡାଏରୀରେ ।ପ୍ରୋଗ୍ରାମ ଚାଲିଥାଏ । ଗୋଟାକ ପରେ ଗୋଟାଏ ଆଇଟମ୍ । ଷ୍ଟିଲ୍ ପ୍ଲାଣ୍ଟକର୍ମଚାରୀମାନଙ୍କ ପିଲାମାନେ, ପତ୍ନୀମାନେ ପରିବେଷଣ କରି ଚାଲିଥା’ନ୍ତି ସମବେତ ନୃତ୍ୟ, ସଂଗୀତ । ତାଳିରେ ଫାଟି ପଡ଼ୁଥିବା ଦର୍ଶକ ମହଲ୍ କ’ଣ ଭୁଲିଗଲା କି ତା’କୁ?ଯଥାସଂଭବ ଭଦ୍ରତାର ସହ ସେ  ଉଦ୍ଘୋଷକ ମହାଶୟକୁ ନିଜର ସମୟ କଥା ପଚାରିଲା । ଅଳ୍ପ ହସିଦେଇ ଉଦଘୋଷକ ମହାଶୟ ମଂଚରେ ଚତୁର୍ଥ ଥର ପାଇଁ ଘୋଷଣା କରିଦେଲେ, ହିନ୍ଦୁସ୍ତାନ କୀ ଜାନ, ଝାରଖଣ୍ଡ କୀ ସାନ…. ରାହୁଲ ଶ୍ରୀବାସ୍ତବ … ବସ କୁଚ୍ଛ ହି ଦେର….. । ଏମ.ଡି ଙ୍କ ହାତ ଲେଖା ଚିଟ ଆଧାରରେ ପ୍ରୋଗ୍ରାମ ଆଗେଇ ଚାଲିଥାଏ  । ଏବେ ନେକସଟ ଆଇଟମ ହଉଚି ମହାମାନ୍ୟା ଏମ.ଡି. ଙ୍କ ଧର୍ମପତ୍ନୀଙ୍କର ବେସୁରା ସଂଗୀତ ପରିବେଷଣ ।  ଉଦଘୋଷକଂକର ରାହୁଲ ସଂପର୍କିତ ଘୋଷଣାଠାରୁ ଏ ଘୋଷଣା ପାଇଥିଲା ପ୍ରାୟ ଦଶ ଗୁଣ କରତାଳି, ହୁଇସିଲ ।ତା’ ପାଳିର ପୂର୍ବ ଅନୁମାନ କରି ସେ ଇୟର କର୍ଡରେ ଶୁଣି ନେଉଥିଲା ଟ୍ରାକକୁ….. ଗୁଣୁଗୁଣାଉ ଥିଲା, ମିଲେ ହୋ ତୁମ ହମକୋ, ବଡେ ନସିବୋ ସେ । ପ୍ରାୟ ତିନି ଘଂଟାର ପ୍ରତୀକ୍ଷା ପରେ ତା’ର ପାଳି ଆସିଲା । ଚିରାଚରିତ ଢଙ୍ଗରେ ନମସ୍କାର କରି ଫ୍ଲାଇଙ୍ଗ କିସ ବାଣ୍ଟୁ ବାଣ୍ଟୁ ଷ୍ଟେଜକୁ ଗଲା ରାହୁଲ । ସେତେବେଳକୁ ହଲ ପ୍ରାୟ ଫାଂକା । ଅଧାରୁ ଅଧିକ ଦର୍ଶକ ଅଭିଭାବକ ସେତେବେଳକୁ ଘରକୁ ଫେରି ଗଲେଣି । ରାହୁଲ ଶ୍ରୀବାସ୍ତବ ସୋ’ରେ ଭାଗ ନେଇ ଗର୍ବିତ ହେଉଥିବା ତାଙ୍କର ପତ୍ନୀମାନଙ୍କୁ, ପିଲାମାନଙ୍କୁ  ନେଇ । ଗଣି ହେଲା ପରି କେତୋଟି ତାଳି ଆଉ ହୁଇସିଲରେ ରାହୁଲ କ’ଣ ଗାଉଥିଲା, କାହିଁକି ଗାଉଥିଲା- ଜାଣିପାରୁନଥିଲା । ବୁଝି ପାରୁନଥିଲା ପରିବେଶକୁ, ନିଜକୁ,  ନିଜର ଅସହାୟତାକୁ । ରାତି ଅଧରେ ବସରେ ବସି ନିଜ ସହରକୁ ଫେରୁଥିବା ବେଳେ ସେ ଏତିକି ବୁଝିପାରୁଥିଲା । ହଁ, ରାହୁଲ ଶ୍ରୀବାସ୍ତବ କେବଳ ଏକ ଫେମ୍ ଆଉ କିଛି ନୁହେଁ ।
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!