Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ ଓ କଳା ସଂସଦର ଆଲୋଚନା ଚକ୍ର

by ସଞ୍ଜୟ ସ୍ୱାଇଁ
January 5, 2020
in Literature
ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ ଓ କଳା ସଂସଦର ଆଲୋଚନା ଚକ୍ର
56
VIEWS
Share on FacebookShare on Twitter

ପଠାଣି ସାମନ୍ତଙ୍କ ପ୍ରତିଭା ଅବିସ୍ମରଣୀୟ

ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ, ସାହିତ୍ୟ, ସଂସ୍କୃତି ଓ କଳା ସଂସଦ ପକ୍ଷରୁ ବିଶ୍ୱବିଖ୍ୟାତ ଜ୍ୟୋର୍ତିର୍ବିତ୍ ଉତ୍କଳ ଭାସ୍କର ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ବୃତାନ୍ତ ସଂପର୍କିତ ପ୍ରଥମ ଆଲୋଚନା ଚକ୍ର ରବିବାର ଦିନ ଖଣ୍ଡପଡାସ୍ଥିତ ଫାର୍ମହାଉସ୍ ପରିସରରେ ଅନୁଷ୍ଠିତ ହେଇଯାଇଛି । ଅବସରପ୍ରାପ୍ତ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ କୁଳମଣି ଷଢଙ୍ଗୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟାନୁରାଗୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବିମାନେ ଯୋଗ ଦେଇ ଯୋଗଜନ୍ମା ସାମନ୍ତଙ୍କ ସୁଦୂରପ୍ରସାରୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଖଣ୍ଡପଡା ମାଟିର ଦାୟାଦ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାମନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନେ ଶ୍ରଦ୍ଧାସୁମନଜ୍ଞାପନ କରିଥିଲେ । ସମ୍ମାନୀତ ଅତିଥି ରୂପେ କଟକ ଜିଲ୍ଲା ବଡମ୍ବା ଅଂଚଳର ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟନାରାୟଣ ମିଶ୍ର, ଦୁର୍ଯ୍ୟୋଧନ ବରାଳ, କବି ଜଗନ୍ନାଥ ବାରିକ, ପଠାଣି ସାମନ୍ତଙ୍କ ଅଣନାତି ତଥା ବରିଷ୍ଠ ଆଇନଜୀବି ନାରାୟଣ ପ୍ରସାଦ ସିଂହସାମନ୍ତ, ବାଙ୍କୀ ଅଂଚଳର ଶିଶୁ ସାହିତ୍ୟିକ ଶିବପ୍ରସାଦ ରାଉତ, ରବିନାରାୟଣ ମଙ୍ଗରାଜ, ବିଶିଷ୍ଟ ସ୍ତମ୍ଭକାର ତଥା ଆଇନଜୀବି ଗିରିଜା ଶଙ୍କର ତରାସିଆ, ଶିଶୁକବି କାଶିନାଥ ଦାସ ଯୋଗଦେଇ ପଠାଣି ସାମନ୍ତଙ୍କ ପ୍ରତିଭା ଅବିସ୍ମରଣୀୟ ଓ ଏହା ସୁଦୂରପ୍ରସାରୀ ହେଉ ବୋଲି ମତ ଦେଇଥିଲେ । ଖାଲି ସେତିକି ନୁହେଁ ପଠାଣି ସାମନ୍ତଙ୍କୁ ନେଇ ଖଣ୍ଡପଡାବାସୀ ଯେତିକି ଗର୍ବ ଅନୁଭବ କରନ୍ତି ତାହା ଠାରୁ ଅଧିକ ଗୈାରାବାନ୍ୱିତ ମନେକରନ୍ତି ଦୁର ଦେଶବାସୀ ବୋଲି ଅତିଥିମାନେ ମତ ଦେଇଥିଲେ । ସେହିପରି ବର୍ଷର ଭିନ୍ନ ଭିନ୍ନ ଦିନରେ ପଠାଣି ସାମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳନ ହେଉଥିବାରୁ ଏ ନେଇ ଅତିଥିମାନେ କ୍ଷୋଭ ପ୍ରକାଶ କରିବା ସହ ତିଥି ଅନୁଯାୟୀ ମହାମନୀଷି ସାମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବା ଉଚିତ୍ ହେବ ବୋଲି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଥିଲେ । ଏ ଅବସରରେ ଖଣ୍ଡପଡା ସହରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅବସରପ୍ରାପ୍ତ କଳା ଶିକ୍ଷକ ଲଡୁକିଶୋର ସିଂହସାମନ୍ତଙ୍କୁ ଅତିଥିମାନେ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିର୍ତ କରିଥିଲେ । ସେହିପରି ଲେଖକ କୁଳମଣି ଷଢଙ୍ଗୀଙ୍କ ଦ୍ୱାରା ଲିଖିତ “ସାମନ୍ତୀ ସ୍ମରଣୀ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମଚିତ ହୋଇଥିଲା । ଯୁବକଣ୍ଠଶିଳ୍ପୀ ଦର୍ପଦଳନ ରଥ ଢୁମ୍ପା ସଂଙ୍ଗୀତ ଓ ଶିକ୍ଷୟତ୍ରୀ ଶୈଳବାଳା ରଥ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୈାତମବୁଦ୍ଧ ସିଂହସାମନ୍ତ, ଜିତେନ୍ଦ୍ର କୁମାର କାଟିଆ, କାଶିନାଥ ବେହେରାଙ୍କ ସମେତ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ । ଆଲୋଚନାଚକ୍ରରେ ଖଣ୍ଡପଡା ଓ ଏହାର ଆଖପାଖ ଅଂଚଳରୁ ବହୁ ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!