Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ବ୍ୟବସାୟୀ ଗୁରୁତର

by ସଞ୍ଜୟ ସ୍ୱାଇଁ
May 9, 2025
in Crime, State
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ବ୍ୟବସାୟୀ ଗୁରୁତର
110
VIEWS
Share on FacebookShare on Twitter

ବାଲୁଗାଁ, (ବାଘୁଆବାର୍ତ୍ତା): ଦୁର୍ବୃତ୍ତମାନଙ୍କ ଗୁଳିମାଡ଼ରେ ସୁନା ବ୍ୟବସାୟୀ ଗୁରୁତର ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଗୁଳି ମାଡ଼ପରେ ସମସ୍ତ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ତେବେ ବାଲୁଗାଁ ପୁଲିସ ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରୁ ପ୍ରକାଶ ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ପୁଅ ପ୍ରହଲ୍ଲାଦ ନାୟକ (୪୦) ବାଲୁଗାଁ ବଜାରରେ ଓଁକାର ନାମକ ସୁନା ଦୋକାନ ଦେଇଥିବା ବେଳେ ଅଧିକାଂଶ ସମୟରେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ସୁନା ଓ ରୁପା ବ୍ୟବସାୟ କରିଥାନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ନିଜ ଘରୁ ସୁନା ଓ ରୁପା ଅଳଙ୍କାର ନେଇ ନିଜ ବାଇକ ଦ୍ୱାରା ବ୍ୟବସାୟ ପାଇଁ ଯିବା ସମୟରେ ନିମିକ୍ଷେତା ଗ୍ରାମ ପଛ ରାସ୍ତାରେ ପଛରୁ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ପ୍ରହଲ୍ଲାଦଙ୍କୁ ଅଟକାଇବା ସହିତ ଅଳଙ୍କାର ବ୍ୟାଗକୁ ଛଡ଼ାଇ ବାକୁ ଚେଷ୍ଟା କରିଥିଲେ । ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରେ ସେଥି ମଧ୍ୟରୁ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ଦୁଇ ରାଉଣ୍ଡ ଗୁଳି ପ୍ରହଲ୍ଲାଦଙ୍କ ଉପରକୁ ଚଳାଇଥିଲେ ।ପ୍ରହଲ୍ଲାଦଙ୍କ ଛାତି ଓ ଡାହାଣ ହାତ କାନ୍ଧରେ ଗୁଳି ବାଜିଥିଲା ବେଳେ ରକ୍ତସ୍ରାବ ହେବାରେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ ।ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇ ୧୬ନମ୍ବର ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ । ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ପୁଅ ପ୍ରହଲ୍ଲାଦ ନାୟକ (୪୦) ବାଲୁଗାଁ ବଜାରରେ ଓଁକାର ନାମକ ସୁନା ଦୋକାନ ଦେଇଥିବା ବେଳେ ଅଧିକାଂଶ ସମୟରେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ସୁନା ଓ ରୁପା ବ୍ୟବସାୟ କରିଥାନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ନିଜ ଘରୁ ସୁନା ଓ ରୁପା ଅଳଙ୍କାର ନେଇ ନିଜ ବାଇକ ଦ୍ୱାରା ବ୍ୟବସାୟ ପାଇଁ ଯିବା ସମୟରେ ନିମିକ୍ଷେତା ଗ୍ରାମ ପଛ ରାସ୍ତାରେ ପଛରୁ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ପ୍ରହଲ୍ଲାଦଙ୍କୁ ଅଟକାଇବା ସହିତ ଅଳଙ୍କାର ବ୍ୟାଗକୁ ଛଡ଼ାଇ ବାକୁ ଚେଷ୍ଟା କରିଥିଲେ । ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରେ ସେଥି ମଧ୍ୟରୁ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ଦୁଇ ରାଉଣ୍ଡ ଗୁଳି ପ୍ରହଲ୍ଲାଦଙ୍କ ଉପରକୁ ଚଳାଇଥିଲେ ।ପ୍ରହଲ୍ଲାଦଙ୍କ ଛାତି ଓ ଡାହାଣ ହାତ କାନ୍ଧରେ ଗୁଳି ବାଜିଥିଲା ବେଳେ ରକ୍ତସ୍ରାବ ହେବାରେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇ ୧୬ନମ୍ବର ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ। ଘଟଣା ସ୍ଥଳରେ ପ୍ରହଲ୍ଲାଦ ପଡି ଛଟପଟ ହେଉଥିଲା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟ ପକ୍ଷରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସିସିଟିଭି ଆଧାରରେ ଯାଞ୍ଚ ଚାଲିଛି ।ସପ୍ତାହ ମଧ୍ୟରେ ଦୁଇଟି ଘଟଣା ଘଟିଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ରାସ୍ତାକୁ ସିଲ କରିଦେଇଥିବା ସହିତ ତଦନ୍ତକୁ ଜୋରଦାର କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!