Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନ ନିବାସରେ ବଡ଼ ବୈଠକ, ପ୍ରସ୍ତୁତ ହେବ ରଣନୀତି, ଦିଲ୍ଲୀ ଗଲେ ବିଜେପି ନେତା

by ସଞ୍ଜୟ ସ୍ୱାଇଁ
March 14, 2024
in Politics, State
ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ଦିଲ୍ଲୀ ଯିବେ ବିଜେପି ନେତା, ରାଜନିତୀ ସରଗରମ
175
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଦ୍ୱିତୀୟ ଥର ପାଇଁ ନବୀନ ନିବାସରେ ବସିଛି ବଡ଼ ବୈଠକ । ନିର୍ବାଚନ ରଣନୀତି ଓ ମେଣ୍ଟ ସପଂର୍କରେ ହୋଇପାରେ ଆଲୋଚନା । ଏଥିପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ଦଳର ପାଖାପାଖି ୩୦ ବରିଷ୍ଠ ନେତା । ମନ୍ତ୍ରୀ, ବିଧାୟକ ଓ ଦଳୀୟ ସାଂସଦଙ୍କ ଉପସ୍ଥିତିରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ତେବେ ଏହି ବୈଠକରେ ମେଣ୍ଟକୁ ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି ଚର୍ଚ୍ଚା ହେଉଛି । ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ଅଶୋକ ପଣ୍ଡା, ଇଶ୍ୱର ପାଣିଗ୍ରାହୀ, ଗୌତମବୁଦ୍ଧ ଦାସ, ପ୍ରଦୀପ ଅମାତ୍, ରବୀନ୍ଦ୍ର ଜେନା, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ରବି ଜେନା, ସଂଜୟ ଦାସବର୍ମା, ସାରଦା ନାୟକ, ଦେବୀ ମିଶ୍ର, ପ୍ରତାପ ଜେନା. ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ସମ୍ବିତ ରାଉତରାୟ, ପ୍ରିତୀରଂଜନ ଘଡେଇ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ନବୀନ ନିବାସରେ ପହଞ୍ଚିଛନ୍ତି । ଅନ୍ୟପଟେ ପୁଣିଥରେ ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ନେତାଙ୍କ ବୟାନ ମେଣ୍ଟ ଖବରକୁ ଅଧିକ ଗୋଳମାଳିଆ କରୁଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଥିବାବେଳେ ରାଜ୍ୟ ବିଜେପି ସଭାପତିଙ୍କ ବୟାନ ଏବଂ ସୋସିଆଲ ମିଡ଼ିଆ ଏକ୍ସ ପୋଷ୍ଟକୁ ଡିଲିଟ୍ କରିବା ଅଧିକ ଦ୍ୱନ୍ଦ୍ୱ ବଢ଼ାଇଛି । ଠିକ୍ ଏତିକିବେଳେ ରାଜ୍ୟ ବିଜେପିର ନେତୃବୃନ୍ଦ ଦିଲ୍ଲୀ ଦରବାର ଅଭିମୁଖେ ଗସ୍ତ କରିବା ପୁଣି ରାଜ୍ୟ ରାଜନୀତିକୁ ଗରମ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!