Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
August 1, 2024
in Nayagarh, State
ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ
248
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲାର ୨୫ଟି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କରେ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ବା ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷା ଅମିତା ଦାଶଙ୍କ ଅଧ୍ୟକ୍ଷତାରେ ବେଶ୍ ଆଡ଼ମ୍ବର ପୂର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା ଶ୍ରୀମତୀ ଦାଶ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ସହ ଧୂପ, ପୁଷ୍ପ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରିୟବ୍ରତ ସେନାପତି, ଲକ୍ଷ୍ମୀକାନ୍ତ ଦାଶ,ମାନସ ରଂଜନ ପଟ୍ଟନାୟକ, ସତ୍ୟବାଦୀ ନାହାକ, ଦିଲିପ କୁମାର ମହାନ୍ତି ଓ ଅଧ୍ୟାପିକା ଡଃ ନମିତା କୁମାରୀ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ ପରାୟଣତା,ନିଷ୍ଠା, ଶୃଙ୍ଖଳା ବଦ୍ଧତା,ଲକ୍ଷ୍ୟ ଓ ଜଣେ ଭଲ ମଣିଷର ସଜ୍ଞା ବୁଝାଇବା ସହିତ କଲେଜର ବିଭିନ୍ନ ନୀତିନିୟମ ଏପରିକି ସ୍ବାଗତ ଉତ୍ସବର ତାତ୍ପର୍ଯ୍ୟ ଉପରେ ବିକ୍ଷିପ୍ତ ଭାବରେ ପ୍ରତିବାଦନ କରିଥିଲେ।ଅଧ୍ୟାପକ ଶିବରାମ ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଅଧ୍ୟାପକ ବିଜୟ କୁମାର ଦାଶ,ପ୍ରଶାନ୍ତ କୁମାର ରାଉତ, କୃଷ୍ଣ ଚନ୍ଦ୍ର ରାଉତ, ଅଧ୍ୟାପିକା ଇନ୍ଦିରା ପ୍ରିୟଦର୍ଶିନୀ, କ୍ରିଷ୍ଣା କୁମାରୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।ଏହି ପରିପ୍ରେକ୍ଷୀରେ ସ୍ବାଗତ ସଙ୍ଗୀତ ସହ କଲେଜ କର୍ମଚାରୀ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!