Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ

by ସଞ୍ଜୟ ସ୍ୱାଇଁ
August 4, 2024
in NATIONAL NEWS
ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ
176
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ‘ଏମାନେ ଦେଶବାସୀଙ୍କୁ ଚକ୍ରବ୍ୟୁହରେ ଫସାବାକୁ ଚାହୁଁଛନ୍ତି, ହେଲେ ଆମେ ଏହି ଚକ୍ରକୁ ଭାଙ୍ଗିବୁ’। ସଂସଦରେ ଏ ଡାଇଲଗ୍‌ ଥିଲା ବିରୋଧୀ ଦଳ ନେତା କଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର। ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ରାଜନୈତିକ ଠାଣିରେ ଖୁବ୍‌ ପରିବର୍ତ୍ତନ ଆସିଛି। ତାଙ୍କ ଭାଷଣ ପରିପକ୍ୱ ହେବା ସହ ପଲଟିକାଲ ଷ୍ଟାଇଲ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି। ଏନେଇ ଅନେକ ଲୋକ ପ୍ରଶ୍ନ କରୁଛନ୍ତି, ରାହୁଲଙ୍କ ପାଇଁ ଷ୍ଟ୍ରାଟେଜି ପ୍ଲାନ କେଉଁମାନେ କରୁଛନ୍ତି । ରାହୁଲଙ୍କ ସ୍ପିଚ୍‌ କିଏ ଲେଖୁଛନ୍ତି? ଅନେକ ରାଜନୈତିକ ପଣ୍ଡିତମାନେ ମଧ୍ୟ ରାହୁଲଙ୍କ ଭାଷଣ ଦେବାର ଷ୍ଟାଇଲକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଏମିତି କି, ରାହୁଲଙ୍କ ବିରୋଧୀମାନେ ମଧ୍ୟ ତାଙ୍କ ଭାଷଣକୁ ମଧ୍ୟ ଉପରେ ନ କହିଲେ ବି ଭିତରେ ପ୍ରଶଂସା କରୁଛନ୍ତି। ଏବେ ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ରାହୁଲଙ୍କ ସ୍ପିଚ ଲେଖୁଛନ୍ତି କିଏ? ତେବେ ଆମେ ଆପଣଙ୍କୁ କହିବୁ ରାହୁଲଙ୍କ ସ୍ପିଚ୍‌ କେଉଁମାନେ ଲେଖନ୍ତ? କିପରି ଗୋଟିଏ ରୁମ୍‌ରେ ବସି ହୁଏ ଷ୍ଟ୍ରାଟେଜି ପ୍ଲାନ ଯାହାକୁ ନେଇ ଜାତୀୟ ରାଜନୀତିରେ ଚହଳ ସୃଷ୍ଟି ହୁଏ। ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଯଦିଓ କେନ୍ଦ୍ରରେ ଏନଡିଏ ସରକାର ଗଠନ ହୋଇଛି, କିନ୍ତୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବେ ରାଜନୈତିିକ ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରାଜନୈତିକ ପଣ୍ଡିତମାନେ କହିଛନ୍ତି, ବିଗତ ବର୍ଷ ତୁଳନାରେ ରାହୁଲ ଗାନ୍ଧୀ ଠାରେ ଏକ ବଡ଼ ପରିବର୍ତ୍ତନ ଆସିଛ। ସେ ଲୋକ ସଭାରେ ଅତ୍ୟନ୍ତ ପ୍ରଭାବୀ ଏବଂ ଶକ୍ତ ଢଙ୍ଗରେ ଦାବି ଉପସ୍ଥାପନ କରୁଛନ୍ତି। ଯାହା ଲୋକଙ୍କ ହୃଦୟ ଜିତିବା ସହ ଅତି ସରଳ ଭାବରେ ଲୋକ ବୁଝି ପାରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି କି, ରାହୁଲଙ୍କ ଭାଷଣ କିଏ ଲେଖୁଛନ୍ତି? ଭାରତ ଯୋଡା ଯାତ୍ରା ଆରମ୍ଭ କରିବା ଦିନଠାରୁ ରାହୁଲଙ୍କ ପାଖରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ବାଦିକ ଆଦେଶ ରାୱଲ ଏକ ସାକ୍ଷାତକାରରେ ରାହୁଲଙ୍କ ଭାଷଣ ପ୍ରସ୍ତୁତ କରୁଥିବା ୩ ଷ୍ଟ୍ରାଟେଜିଷ୍ଟଙ୍କ ନାମର ଖୁଲାସା କରିଛନ୍ତି। ସେ କହିଛନ୍ତି, ଅଲଙ୍କାର ସଓ୍ବାଇ, ଶ୍ରୀବାସ୍ତବ, କୌଶଲ ବିଦାର୍ଥୀ ରାହୁଲଙ୍କ ପାଇଁ ଭାଷଣ ପ୍ରସ୍ତୁତ କରନ୍ତି। ଯାହାକୁ ବିରୋଧୀ ଦଳ ନେତା ସଂସଦରେ ଉପସ୍ଥାପନ କରନ୍ତି। ଅଲଙ୍କାର ସଓ୍ବାଇ: ଆଇସିଆ ବ୍ୟାଙ୍କର ଏକ ପୂର୍ବତନ ଅଧିକାରୀ ସଓ୍ବାଇ ରାହୁଲଙ୍କ ଅତି ନିକଟତର ଅଟନ୍ତି। ଅଲଙ୍କାର, ରାହୁଲଙ୍କ ପ୍ରତିଦିନର ରୁଟିନ୍‌ କିମ୍ବା କାର୍ଯ୍ୟସୂଚୀକୁ ସମ୍ଭାଳିଥାନ୍ତି। ସେ ପୂର୍ବରୁ ରାହୁଲଙ୍କର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରଭାରୀ ବି ରହି ଆସିଛନ୍ତି। ରାହୁଲଙ୍କର ସବୁ ରାଜନୈତିକ ଯାତ୍ରାରେ ଅଲାଙ୍କାର ତାଙ୍କ ସହ ଏକାଠି ନଜିର ଆସନ୍ତି। ବି ଶ୍ରୀବାସ୍ତ: କଂଗ୍ରେସ କାର୍ଯ୍ୟକର୍ତ୍ତା ଶ୍ରୀ ବାସ୍ତ ୨୦୨୧ରେ ରାହୁଲଙ୍କ ଟିମ୍‌ରେ ସାମିଲ୍‌ ହୋଇଛନ୍ତି। ସେ ୧୦ବର୍ଷ ସଫ୍ଠଓ୍ବେୟାର ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ସେ ରାହୁଲଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସମ୍ଭାଳିବା ସହ କଂଗ୍ରେସର ରାଷ୍ଟ୍ରୀୟ ସୋସିଆଲ ମିଡିଆ ଓ ସଂଞ୍ଚାର ଟିମ୍‌ ସମ୍ଭାଳିଛନ୍ତି। କୌଶଲ ବିଦ୍ୟାର୍ଥୀ: କୌଶଲ, ଅଲାଙ୍କାରଙ୍କ ପରି ସେ ବି ରାହୁଲ ଗାନ୍ଧୀଙ୍କର ନିକଟତର ବ୍ୟକ୍ତି ଅଟନ୍ତି। ବିହାରର କୌଶଲ ଓକ୍ସଫୋର୍ଡରୁ ଗ୍ରାଜୁଏସନ କରିଛନ୍ତି। ୨୦୧୯ରୁ ବିଦ୍ୟାର୍ଥୀ, ରାହୁଲଙ୍କର ବ୍ୟକ୍ତିଗତ ସଚିବ ରହି ଆସିଛନ୍ତି। ପାର୍ଲିଆମେଣ୍ଟ ଅଧିବେଶନ କିମ୍ବା କୌଣସି ରାଜନୈତିକ ଯାତ୍ରାରେ ତାଙ୍କୁ ରାହୁଲଙ୍କ ସହିତ ନଜିର ଆସିଛନ୍ତି। ବିଭିନ୍ନ ବଢେଠକ ସହ ତାଙ୍କର ଦିନ ଯାକର କାର୍ଯ୍ୟସୂଚୀ କିମ୍ବା କୌଣସି ଆପଓଣ୍ଟମେଣ୍ଟ କୌଶଲ ସ୍ଥିର କରିଥାନ୍ତି। ରିସର୍ଚ୍ଚ ଟିମ୍‌ ଦ୍ୱାରା ପ୍ରସ୍ତୁତ ଭାଷଣକୁ ବିଦ୍ୟାର୍ଥୀ ହିଁ ପ୍ରସ୍ତୁତ କରି ଦେଇଥାନ୍ତି। ଯାହାକୁ ନେଇ ରାହୁଲ ଲୋକ ସଭାରେ ଦମଦାର୍‌ ଭାଷର ଦେଇଥାନ୍ତି। ତେବେ ସାମ୍ବାଦିକ ଆଦେଶ ରାୱଲ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଏକ ନୂତନ ବ୍ୟକ୍ତିତ୍ୱ ଉଭା ହୋଇଛି। ଯାହା ଭାରତ ଯୋଡ ଯାତ୍ରା ପରେ ତାଙ୍କୁ ବହୁତ ସାହାଯ୍ୟ କରିଛି। ପୂର୍ବରୁ ରାହୁଲଙ୍କ ଭାଷଣରେ ଅଧିକ ଇଂରାଜୀ ଶବ୍ଦ ଥିଲା, କିନ୍ତୁ ବର୍ତ୍ତମାନ ତାହା ନାହିଁ। ବର୍ତ୍ତମାନ ରାହୁଲ ଗାନ୍ଧୀ ଧର୍ମ ପ୍ରସଙ୍ଗକୁ ନେଇ ନିଜ ଦାବି ଉପସ୍ଥାପନ କରୁଛନ୍ତି।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!