Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ୧୩ଟି ଥାନାରେ ନାହିଁ ସିସିଟିଭି

by ସଞ୍ଜୟ ସ୍ୱାଇଁ
October 8, 2024
in State
ରାଜ୍ୟରେ ୧୩ଟି ଥାନାରେ ନାହିଁ ସିସିଟିଭି
32
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌ ହାଇକୋର୍ଟଙ୍କୁ ଜଣାଇଛନ୍ତି। ବ୍ୟକ୍ତିଗତ ଭାବେ ହାଜର ହୋଇ ୧୫ ଦିନରେ ଏହି ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ସୂଚନା କହିଛନ୍ତି। ଭରତପୁର ମାମଲା ପରେ ହାଇକୋର୍ଟ ରାଜ୍ୟର କୋତୋଟି ଥାନାରେ ସିସିଟିଭି ଅଛି କି ନାହିଁ ସେ ନେଇ ସରକାରଙ୍କୁ ଜବାବ ମାଗିଥିଲେ। ପରେ ଯେଉଁଯେଉଁ ଥାନାରେ ସିସିଟଭି ନାହିଁ ସେହି ଥାନା ଗୁଡ଼ିକରେ ସିସିଟିଭି ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି ସିସିଟିଭିକୁ ନେଇ ଭରତପୁର ମାମଲାରେ ଅଧିକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଭରତପୁର ଥାନାରେ କ୍ୟାମେରା ନାହିଁ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଥିଲେ। ଯାହାକୁ ନେଇ ବିବାଦ ବଢ଼ିଥିଲା। ତେବେ ପୂର୍ବରୁ ଭରତପୁର ଥାନାରେ ସିସିଟିଭି ଲାଗିଥିବା କହିଥିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା। ଗତ ମାର୍ଚ୍ଚ ୧୧ ତାରିଖରେ ଭରତପୁର ମଡେଲ ଥାନା ଉଦଘାଟନ ଅବସରରେ ପୋଲିସ କମିଶନର ଖୋଦ ନିଜେ ଏକଥା କହିଥିଲେ। କମିଶନରେଟ ପୋଲିସର ସତ କେଉଁଟା ମିଛ କେଉଁଟା ତାକୁ ନେଇ ପ୍ରଶ୍ନ ଉଠିଥିଲା। ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଭାର ହାତକୁ ନେଇଥିଲେ। ଅନ୍ୟପକ୍ଷରେ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ ନିଲମ୍ବନ କରାଯାଇଥିଲା।

ଜମ୍ମୁ କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର

ଜମ୍ମୁ କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର

May 23, 2025
ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

May 23, 2025
ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

May 23, 2025
କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!