ହରିୟାଣା, (ବାଘୁଆବାର୍ତ୍ତା): ହରିୟାଣାରେ ଜାରି ରହିଛି ବିଧାନସଭା ନିର୍ବାଚନର ଭୋଟ୍ ଗଣତି। ଏହାରି ଭିତରେ ଆସିଛି ପ୍ରଥମ ରେଜଲ୍ଟ। କଂଗ୍ରେସ ପକ୍ଷରେ ଆସିଛି ପ୍ରଥମ ଫଳାଫଳ। ନୁହ ବିଧାନସଭା ଆସନ ହାତେଇଛି କଂଗ୍ରେସ। ନୁହର କଂଗ୍ରେସ ପ୍ରାର୍ଥୀ ଅଫତାବ ଅହମ୍ମଦ ବିଜୟୀ ହୋଇଛନ୍ତି। ସେହିପରି ଇସରାନା ଆସନରୁ ମଧ୍ୟ ରେଜଲ୍ଟ ଘୋଷଣା ହୋଇଛି। ଏହି ଅସନରୁ ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପଓ୍ୱାର ବିଜୟୀ ହୋଇଛି। ସେ କଂଗ୍ରେସ ପ୍ରାର୍ଥୀ ବଲବୀର ବାଲ୍ମିକୀଙ୍କୁ ହରାଇଛନ୍ତି।






