ରଣପୁର, (ବାଘୁଆବାର୍ତ୍ତା): ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ଆଜି ସନ୍ଧ୍ୟା ରେ ନିଜ ନିବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି। ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରଣପୁର ବ୍ଲକର କେରଣ୍ଡା ଟାଙ୍ଗୀ ପଞ୍ଚାୟତରେ ଜନ ଶୁଣାଣୀ କରିଛନ୍ତି । ଜନ ଶୁଣାଣୀ କାର୍ୟ୍ୟକ୍ରମ ରେ ଲୋକ ମାନଙ୍କର ଅଭାବ ଅସୁବିଧା ପଚାରି ବୁଝିବା ସହ ଗାଁରେ ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ, ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ସ୍ଥାନୀୟ ଲୋକେ ବାଚସ୍ପତି ସୁରମା ପାଢୀଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅବଗତ କରାଇଛନ୍ତି। ଚାନ୍ଦପୁର, କେରଣ୍ଡା ଟାଙ୍ଗୀ, କନ୍ଧ ନୟାଗଡ଼, ମୟୁର ଝାଲିଆ, ପଟିଆ, ଜଙ୍କିଆ ଆଦି ୧୦ ଟି ପଞ୍ଚାୟତ ର ୫୦୦ ରୁ ଅଧିକ ଜନ ସାଧାରଣ ସେମାନଙ୍କର ଅଭିଯୋଗ ବାଚସ୍ପତିଙ୍କ ନିକଟରେ ଜଣାଇଛନ୍ତି । ଏହି କାର୍ୟ୍ୟକ୍ରମ ରେ ମଣ୍ଡଳ ସଭାପତି ସୁବର୍ଣ ସିଂ, କେରଣ୍ଡା ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ ରାଜେଶ ମହାପାତ୍ର, ସମିତି ସଭ୍ୟ ତୁଷାର ବଳିୟାର ସିଂ, ସମାଜସେବୀ ସିନ୍ଧୁ ସାଗର ଜେନା, ଗୋପାଲି ନାୟକ ପ୍ରମୁଖ ସହଯୋଗ କରିଥିଲେ।