Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନାକୁ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ଟଙ୍କା ବାଣ୍ଟିବା ମାମଲା

by ସଞ୍ଜୟ ସ୍ୱାଇଁ
February 9, 2022
in State
ଥାନାକୁ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ଟଙ୍କା ବାଣ୍ଟିବା ମାମଲା
49
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): କାଳ ହେଲା ନିଜ ହ୍ୱାଟ୍ସଆପ ଷ୍ଟାଟସ। ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଭିଡିଓ ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଶେଆର୍ କରିଦେଲେ। ଯାହା ଭାଇରାଲ୍ ହେବା ପରେ ଏବେ ଅଡୁଆରେ ପଡ଼ିଯାଇଛନ୍ତି ସରପଞ୍ଚ ପ୍ରାର୍ଥୀ। ଉକ୍ତ ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀକାନ୍ତ ବାଗ। ଯାହାଙ୍କର ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହା ପରେ ଜିଲ୍ଲା ପ୍ରଶାସନ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାଇରଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଲକ୍ଷ୍ମୀକାନ୍ତ ପ୍ରଚାରକୁ ଯିବା ପାଇଁ ଲୋକେ ତାଙ୍କୁ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରୁଛନ୍ତି। ଆଉ ଏହି ସୟମରେ ସେ ନିଜ ପକେଟରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ବାହାର କରିଥିଲେ ଏବଂ ଭୋଟରଙ୍କୁ ହାତକୁ ପାଞ୍ଚଶହ ଟଙ୍କା ବଢାଇଥିଲେ। ତେବେ ଏହାର ଭିଡିଓ ଖୋଦ୍ ଲକ୍ଷ୍ମୀକାନ୍ତ ବାଗ ନିଜର ୱାଟସଆପରେ ଷ୍ଟାଟସ ଦେଇଥିଲେ। ତାଙ୍କ ହ୍ୱାଟ୍ସଆପରୁ କେହି ଜଣେ ଭିଡିଓକୁ ଡାଉନଲୋଡ କରି ଏହାକୁ ଭାଇରାଲ କରିଦେଇଥିଲେ। ଏନେଇ ଗତ ଜାନୁଆରୀ ୩୧ ତାରିଖ ଦିନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ତାପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ। ପ୍ରଥମେ ବଙ୍ଗୋମୁଣ୍ଡା ତହସିଲଦାର ଓ ପରେ ଟିଟିଲାଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରୁ ଘଟଣାରେ ସତ୍ୟତା ଥିବା ଜଣାପଡିଥିଲା। ତାପରେ ଜିଲ୍ଲା ପ୍ରଶାସନ ତରଫରୁ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ନାଁରେ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ଆଦର୍ଶ ଆଚରଣ ବିଧି ଏବଂ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ଦାଖଲ କରାଯିବା ସହିତ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ କିନ୍ତୁ ପୁଲିସ କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!