Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଳୟରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ

by ସଞ୍ଜୟ ସ୍ୱାଇଁ
July 23, 2024
in State
ବିଦ୍ୟାଳୟରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ
115
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଶିଷାନୁଷ୍ଠାନରେ ଶିଷା ସପ୍ତାହ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନକୁ ସ୍ଵତନ୍ତ୍ର ଭାବରେ ପାଳନ କରାଯିବ । ଏହି କ୍ରମରେ ପ୍ରଥମ ଦିନକୁ ଶିକ୍ଷଣ ସାମଗ୍ରୀ (ଟିଏଲଏମ୍) ଦିବସ ପାଳନ କରାଯାଇଛି। ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରିବାରେ ଉଦ୍ଦେଶ୍ୟ ହେଲା ବିଦ୍ୟାଥ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସହଜ କରିବା ।

ଏହି ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଅଭିଭାବକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକମାନେ ପୋଷ୍ଟର ପ୍ରସ୍ତୁତି, ପାଜ, ଥ୍ରୀ-ଡି ମଡେଲ, ୱାଲ ଚାଟ, ରିଡ଼ିଂ କ୍ଲବ୍ , କାଗଜରେ କଣ୍ଢେଇ ପ୍ରସ୍ତୁତ କରିବା , ଲୁଡୋ ଖେଳ ପ୍ରସ୍ତୁତି ଆଦି ବିଷୟବସ୍ତୁକୁ ନେଇ ନିଜ ପ୍ରତିଭା ଦେଖାଇବା ସହ ପିଲାମାନେ ଲେଖିଥିବା କବିତା ଓ କାହାଣୀକୁ ପ୍ରଦଶନ କରିଥିଲେ । ଏହି ଦିବସ ଛାତ୍ରଛାତ୍ରୀ, ଶିକ୍ଷକଶିକଷୟିତ୍ରୀ, ଅଭିଭାବକ ଓ ଗୋଷ୍ଠୀ ପାଇଁ ଏକ ସମ୍ବିଳିତ କାର୍ଯ୍ୟକ୍ରମ । ଦ୍ଵିତୀୟ ଦିବସ ମଙ୍ଗଳବାର ଦିନ ମୌଳିକ ସାକ୍ଷରତା ଭାଷା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |

ଯେପରିକି ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଗଳ୍ପ କଥନ, କବିତା ଆବୃତ୍ତି , ଗଣିତ ଧନ୍ଦା, କୁହୁକ ଧନ୍ଦା ଆଦି କାର୍ଯ୍ୟକ୍ରମ କରାଯାଇଥିଲା | ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି କଲେଜରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଅଛି |

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁଙ୍କ ସହଯୋଗରେ ଏହି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲୁଅଛି | ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ସହଯୋଗ କରୁଛନ୍ତି |

ସେହିପରି ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହରାଙ୍କ ତତ୍ୱାବଧାନରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ ହେଉ ଅଛି | ବ୍ଲକ ଶିକ୍ଷା ବନଲତା ବେହେରା ବିଦ୍ୟାଳୟ ବୁଲି ପର୍ଯ୍ୟବେକ୍ଷଣ କରୁଛନ୍ତି | ସେହିପରି ରଣପୁର ବ୍ଲକର ଅନ୍ୟ ୧୭ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁଅଛି |

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

May 23, 2025
କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025
ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!