ରଣପୁର, (ବାଘୁଆବାର୍ତ୍ତା): ଆଡପ ମଣ୍ଡପରେ ତିନି ଠାକୁର । ରତ୍ନବେଦୀ ଛାଡି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦିକୁ ବିଜେ କରିଛନ୍ତି । ଜନ୍ମ ବେଦୀରେ ଚତୁର୍ଦ୍ଧା ମୂର୍ତି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗତ କାଲିଠାରୁ ରଥ ଉପରୁ ଗୋଟି ପହଣ୍ଡିରେ ଯ୍ଧବ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ ବିଜେ କରିଥିଲେ ଶ୍ରୀ ଜୀଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଙ୍ଗମ ଦେଖିବାକୁ ମିଳିଥିଲା । ଆଜି ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି ।