ଓଡ଼ଗାଁ, (ବାଘୁଆବାର୍ତ୍ତା): ସ୍ବେଚ୍ଛାସେବୀ ସଂଗଠନ ଜ୍ଞାନଶ୍ରୀ ଆନୁକୂଲ୍ୟରେ ଦଶମ ଥର ପାଇଁ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ ‘ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୨୧ ଜୁରୁଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜ୍ଞାନଶ୍ରୀ ପ୍ରତିଷ୍ଠା ସମ୍ମାନ ଉତ୍ସବ କମିଟି ସଭାପତି ସୁବାସିନୀ ଜେନା। ଏଥିରେ ଯୋଗଦେଇ ଅନୁଷ୍ଠାନ ଦ୍ବାରା ପ୍ରତିଭା ଅନ୍ୱେଷଣ ପୂର୍ବକ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦେବା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ କମିଟିର ସମ୍ପାଦକ ପ୍ରଶାନ୍ତ ପଟେଲଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ପଦ୍ମଶ୍ରୀ ସାବରମତା, ବରେଣ୍ୟ ଅତିଥିଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା, କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ସାବରମତୀଙ୍କୁ ଜ୍ଞାନଶ୍ରୀ ମହାସମ୍ମାନ ଦ୍ବାରା ସମ୍ବଦ୍ଧିତ କରାଯାଇଥିଲାବେଳେ ମୁଖ୍ୟ ଅତିଥିଙ୍କ ବାରା ଓଲିଉଡ୍ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ରଙ୍କୁ ରାଜ୍ୟସ୍ତରୀୟ ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ, ଓଡ଼ିଶୀ ନୃତ୍ୟଶିଳ୍ପୀ ଜଗତଜିତ ଦାସ, ସିନ୍ଥେସାଇକର ଏବଂ ମ୍ୟୁଜିକ ଏରେଷକ ଜ୍ୟୋତିରଞ୍ଜନ ମହାଳିକ, ମଡେଲ ଏବଂ ଟେଲି ଅଭିନେତ୍ରୀ ମୁସ୍କାନ ଓ ସମାଜସେବୀ ସୁସାହିତ୍ୟିକ ତଥା ସାମ୍ବାଦିକ ସର୍ବେଶ୍ୱର ଦାସଙ୍କୁ ମାଟି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରତିଭା ସମ୍ମାନ କମିଟିର ଉପଦେଷ୍ଟା କାଲିଳ ଚନ୍ଦ୍ର ଗିରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲାବେଳେ ଉପଦେଷ୍ଟା କେଶ ଦାସ ମଞ୍ଚ ଆବାହନ କରିଥିଲେ । କମିଟିର ସହସମ୍ପାଦକ ଗୋପବନ୍ଧୁ ଗିରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଭା ସମ୍ମାନ ଉତ୍ସବରେ ସଦସ୍ୟା ସୋନାଲିଶିଖା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଉପଦେଷ୍ଟା ଭାସ୍କର ଚନ୍ଦ୍ର ଦାଶ ପ୍ରାରମ୍ଭରେ ଦେବପାଠ କରିଥିଲେ । ନିର୍ମଳ ଦାସ ପ୍ରତିଭାଙ୍କ ମାନପତ୍ର ପାଠ କରିଥିଲେ । ଏହି ଉତ୍ସବରେ ଉପଦେଷ୍ଟା ଇନିୟତ ଅଲି ଖାନ, ଗଜେନ୍ଦ୍ର ବର୍ମା ଉପସ୍ଥିତ ଥିବାବେଳେ ସହସମ୍ପାଦକ ସନତ ପରିଡ଼ା, କୋଷାଧ୍ୟକ୍ଷ ମନୋଜ ରାଉତ, କାର୍ୟ୍ୟକାରୀ ସଦସ୍ୟ ଦିଲ୍ଲୀପ ରାଉତ, ଗିରିଶ ଦଳାଇ, ଭବାନି ଶଙ୍କର ନାୟକ, ପ୍ରକାଶ ପାଢ଼ୀ, ଅରୂପ କୁମାର, ହିମାଂଶୁ ଜେନା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ବିକାଶ ଚନ୍ଦ୍ର, ସ୍ବାଧୀନ ସ୍ଵରୂପ, ସୌରଭ ଭରଦ୍ବାଜ ଓ ଏଳିଙ୍କ ସଙ୍ଗୀତ ପରିବେଷଣ ସହିତ ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ଆୟୋଜିତ ଚିତାକର୍ଷକ ନୃତ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।