Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରିନ୍ସିପାଲ୍ ରାତିରେ ଛାତ୍ରୀଙ୍କୁ ଡାକୁଛନ୍ତି, ପିଠି ଓ ଗାଲରେ ହାତ ମାରି ଅଶ୍ଳିଳ ଇଙ୍ଗିତ କରୁଛନ୍ତି

by ସଞ୍ଜୟ ସ୍ୱାଇଁ
August 1, 2024
in State
ପ୍ରିନ୍ସିପାଲ୍ ରାତିରେ  ଛାତ୍ରୀଙ୍କୁ ଡାକୁଛନ୍ତି, ପିଠି ଓ ଗାଲରେ ହାତ ମାରି ଅଶ୍ଳିଳ ଇଙ୍ଗିତ କରୁଛନ୍ତି
374
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ରାତି ୮ଟାରେ ପ୍ରିନ୍ସିପାଲ୍‌ ଛାତ୍ରୀମାନଙ୍କୁ ଚାମ୍ୱକୁ ଡାକୁଛନ୍ତି। ଆଉ ପିଠି ଓ ଗାଲରେ ହାତ ମାରୁଛନ୍ତି… ଏପରି ସଙ୍ଗୀନ ଅଭିଯୋଗ ଆସିଛି ସିଟି ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ। ଛାତ୍ରଛାତ୍ରୀମାନେ ଏନେଇ ରାୟଗଡ଼ା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ପିନ୍ସିପାଲ୍‌। ବିଷମକଟକରେ ଥିବା ସିଟି ସ୍କୁଲରେ ୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହି ସ୍କୁଲର ପ୍ରିନ୍ସିପାଲ୍‌ ଶରତ ଚନ୍ଦ୍ର ସେଠଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଛାତ୍ରୀଛାତ୍ରମାନଙ୍କୁ ପ୍ରିନ୍ସିପାଲ୍‌ ଦୁର୍ବ୍ୟବହାର, ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ରାତି ହେଲେ ପ୍ରିନ୍ସପାଲ୍‌ ନିଜ ରୁମକୁ ଛାତ୍ରୀମାନଙ୍କୁ ଡାକୁଛନ୍ତି। ଗାଲ ଓ ଶରୀରରେ ହାତ ମାରୁଛନ୍ତି। ଛାତ୍ରୀମାନଙ୍କ ହଷ୍ଟେଲ୍‌ରେ ଥିବା ଶୌଚାଳୟ ସାମ୍ନାରେ ସିସିଟିଭି ଲଗା ଯାଇଛି। ମୋବାଇଲକୁ ଖରାପ ମେସେଜ ପଠାଯାଉଛି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରି ନାନା ଅଭିଯୋଗ ନେଇ ଛାତ୍ରୀମାନେ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଅତିରିକ୍ତ ଜିଲ୍ଲାପାଳ ବିଚିତ୍ରା ସେଠୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ଛାତ୍ରଛାତ୍ରୀଙ୍କୁ ଅଟକାଇ ବୁଝାଇବାକୁ ଚେଷ୍ଟା କରିଥିଲେ। ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅଡି ବସିଥିଲେ। ଶେଷରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଛାତ୍ରଛାତ୍ରୀଙ୍କ ସହି ଆଲୋଚନା କରିଥିଲେ। ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ଛାତ୍ରୀ କହିଛନ୍ତି, ପ୍ରିନ୍ସପାଲ୍‌ ସରୋଜ ଚନ୍ଦ୍ର ସେଠ ଆମକୁ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଦେଉଛନ୍ତି। ରାତି ୮ଟା ପରେ ତାଙ୍କ ଚାମ୍ୱରକୁ ଡାକୁଛନ୍ତି। ଜବରଦସ୍ତି ଆମ ପିଠି, ଗାଲ ଓ ଶରୀରରେ ହାତ ମାରୁଛନ୍ତି। ରାତି ୯ଟା ପରେ ରୋଷେଇ କରିବାକୁ କ୍ୱାର୍ଟର୍ସକୁ ଡାକୁଛନ୍ତି। ଏଭଳି ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବି କରୁଛୁ ଛାତ୍ରୀ ଜଣକ କହିଛନ୍ତି। ଛାତ୍ରୀମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଟି ସ୍କୁଲର ପ୍ରିନ୍ସପାଲ୍‌ ଶ୍ରୀ ସେଠ। ସେ କହିଛନ୍ତି, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡ୍‌ ଲାଇନ୍‌ ଅନୁସାରେ ୮୦% ଉପସ୍ଥାନ ଥିବା ପିଲାମାନେ ଦ୍ୱିତୀୟ ବର୍ଷ ପାଇଁ ଫର୍ମପୂରଣ କରିପାରିବେ। ସେହି ନିୟମ ଅନୁସାରେ ଦେଖିଲେ ମାତ୍ର ୧୫ ଜଣ ପିଲାଙ୍କର ୮୦% ଉପସ୍ଥାନ ରହିଛି। ବାକି ପିଲାମାନେ ନିୟମିତ କ୍ଲାସ୍‌ କରିନାହାନ୍ତି। ନିଜ ଇଚ୍ଛାରେ ଘରକୁ ଯାଉଥିଲେ ଓ ଶିକ୍ଷକଙ୍କର କୌଣସି କଥା ମାନୁନଥିଲେ। ଏବେ ସେହି ପିଲାମାନେ ଦ୍ୱିତୀୟ ବର୍ଷ ପାଇଁ ଫର୍ମ ପୂରଣ ପାଇଁ ଯୋଗ୍ୟ ନୁହେଁ। ଏ ସମ୍ପର୍କରେ ଜାଣିବା ପରେ ସେମାନେ ମୋ ନାଁରେ ମିଛ ଅଭିଯୋଗ ଆଣୁଛନ୍ତି ବୋଲି ଶ୍ରୀ ସେଠ କହିଛନ୍ତି।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!