Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢ଼ିଲା ପୂଜା ଖେଡକରଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନ ଖାରଜ

by ସଞ୍ଜୟ ସ୍ୱାଇଁ
August 1, 2024
in NATIONAL NEWS
ବଢିଲା ପୂଜା ଖେଡକରଙ୍କ ଅଡୁଆ, ପୂଜାଙ୍କ ବିରୋଧରେ ଏଫଆଇଆର୍ ଦେଲା ୟୁପିଏସସି
125
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ। ଗତକାଲି କେନ୍ଦ୍ର ଜନସେବା ଆୟୋଗ (UPSC) ତାଙ୍କ ଆଇଏଏସ ପ୍ରାର୍ଥିତ୍ୱକୁ ବାତିଲ କରିଥିଲେ। ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି। କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (UPSC)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି। ପ୍ରକାଶ ଥାଉକି, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରା ଯାଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ଗତକାଲି ପୂଜାଙ୍କ ଆଇଏଏସ ପ୍ରାର୍ଥୀତ୍ୱକୁ ବାତିଲ କରି ଦେଇଛି ୟୁପିଏସସି। ଏଥିସହ ତାଙ୍କୁ ଆଗାମୀ ଭବିଷ୍ୟତରେ କମିଶନର ସମସ୍ତ ପ୍ରକାରର ପରୀକ୍ଷା ଓ ଚୟନପ୍ରକ୍ରିୟାରୁ ବ୍ୟାନ କରାଯାଉଛି। ଏହାର ଅର୍ଥ ସେ କମିଶନର କୌଣସି ପ୍ରକାରରର କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି ସେ ଆଉ ଆଇଏଏସ ମଧ୍ୟ ନୁହଁନ୍ତି।

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ

June 19, 2025
ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!