Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିୟନ୍ତ୍ରଣ ବାହାରେ ପିଆଜ ଓ ରସୁଣ

by ସଞ୍ଜୟ ସ୍ୱାଇଁ
September 5, 2024
in State
ନିୟନ୍ତ୍ରଣ ବାହାରେ ପିଆଜ ଓ ରସୁଣ

Studio shot onions and garlic buds

93
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଖାଉଟିମାନେ ଶୋଷଣ ହେଉଥିବା ଅନୁଭବ କରୁଛନ୍ତି। ପିଆଜ ୬୦ ଟପିଥିବାବେଳେ ରସୁଣ ୪୦୦ ଛୁଇଁଛି। ସେହିଭଳି ଅଦା ଦର ମଧ୍ୟ ଉପରମୁହଁା ହୋଇଛି। ବିଶେଷକରି ଅନ୍ୟ ସହରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ଦର ପାଖାପାଖି ଦୁଇଗୁଣା ରହୁଥିବାରୁ କଳା ବଜାର ହୋଇଥିବା ଅଭିଯୋଗ ଉଠୁଛି। ଏପରିକି ଆଳୁ ଭଳି ପିଆଜ, ଅଦା, ରସୁଣ ସହ ଅନ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠୁଛି। ବୁଧବାରର ବଜାର ଅନୁସାରେ, ଭୁବନେଶ୍ୱର ସମେତ ନୟାଗଡ଼, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ପିଆଜ କେ.ଜି. ୬୦ ଟଙ୍କା ଓ ତା’ଠାରୁ ଅଧିକ ଥିଲା। ତେବେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ତଥ୍ୟକୁ ଦେଖିଲେ ପିଆଜ ଦର ୫୦ଟଙ୍କା ତଳକୁ ଖସି ନ ଥିଲା। ସେହିପରି କୋରାପୁଟ ଓ ଭୁବନେଶ୍ୱରରେ ରସୁଣ ଦର କେ.ଜି. ପ୍ରତି ୪୦୦ ଛୁଇଁଥିବାବେଳେ କେନ୍ଦ୍ରାପଡ଼ାରେ ୩୮୦ଟଙ୍କା, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ୩୨୦ଟଙ୍କା, ନବରଙ୍ଗପୁର ଓ ଭଦ୍ରକରେ ୩୦୦ଟଙ୍କା, ନୟାଗଡ଼, ମାଲକାନଗିରି ଓ ରାୟଗଡ଼ାରେ ୨୮୦ ଟଙ୍କା, ମୟୂରଭଞ୍ଜରେ ୨୬୦ ଟଙ୍କା, ବାଲେଶ୍ୱର ଓ କେନ୍ଦୁଝରରେ ୨୫୦ଟଙ୍କା ରହିଥିଲା। ଏହା ବ୍ୟତୀତ ଅଦା କେଜି ୨୫୦ ଟଙ୍କା ଟପିଥିଲା। ଭୁବନେଶ୍ୱର ଅଦା ୨୫୦ ଟଙ୍କା ରହିଥିତ୍ବା ବେଳେ କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଦା ୨୦୦ଟଙ୍କା ରହିଥିଲା। ସେହିଭଳି ବାଲେଶ୍ୱରରେ ୧୫୦ ଟଙ୍କା, ରାୟଗଡ଼ାରେ ୧୪୦ ଟଙ୍କା, ମୟୂରଭଞ୍ଜ ଓ ନୟାଗଡ଼ରେ ୧୩୦ଟଙ୍କା, ବ୍ରହ୍ମପୁରରେ ୧୨୦ ଟଙ୍କା ରହିଥିଲା। ଓଡ଼ିଆ ଖାଦ୍ୟରେ ନିତିଦିନିଆ ଭାବେ ବ୍ୟବହୃତ ମସଲା ଅଦା, ପିଆଜ ଓ ରସୁଣର ଆକାଶଛୁଆଁ ଦରର ପ୍ରଭାବ ଏବେ ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ବଜାରରେ ଯଥେଷ୍ଟ ପରିମାଣର ମହଜୁଦ୍‌ ଥିଲେ ମଧ୍ୟ ଉଚ୍ଚା ଦର ଖାଉଟିଙ୍କ ମନକୁ ଖଟା କରିଦେଉଛି। ଅତି ଜରୁରୀଥିଲେ ୫୦ କିମ୍ବା ୧୦୦ଗ୍ରାମ୍‌ ନେଇ କାମ ଚଳାଉଛନ୍ତି। ଦରଦାମ ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଖୁଚୁରା ବ୍ୟବସାୟୀ କ୍ଷତି ସହୁଥିବା କହୁଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏନେଇ ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରସୁଣର ପାଇକାରୀ ଦର ୧୫୦ରୁ ୨୩୦ ଟଙ୍କା ରହିଛି। ମାତ୍ର ଏହା ୪୦୦ଟଙ୍କାରେ ବିକ୍ରି ହେବା ଦୁର୍ଭ୍ୟଗ୍ୟଜନକ। ସରକାର କର୍ପୋରେଟ୍‌ ହାଉସ୍‌ ଉପରେ ନିୟନ୍ତ୍ରଣ ନ ଲଗାଇବା ଫଳରେ ସାଧାରଣ ବ୍ୟବସାୟୀ ଓ ସାଧାରଣ ଜନତା ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ବ୍ୟବସାୟୀ ସଂଘ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ମାତ୍ର ସରକାର ଏଥିପତି ଦୃଷ୍ଟି ଦେଉ ନ ଥିବାରୁ ଏପରି ସ୍ଥିତି ଉପୁଜୁଛି।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!