ନିରାକାରପୁର, (ବାଘୁଆବାର୍ତ୍ତା): ନିରାକାରପୁର ରେଳ ଷ୍ଟେସନ୍ ରୁ ଆସିଛି ବଡ଼ ଖବର। ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି।ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ହୋଇଛି ଚୋରି, ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ।ସୂଚନାରୁ ଜଣାପଡିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ସ୍ତ୍ରୀ ଚିନୁଲତା ପରୀଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ପ୍ରଥମେ କାଳୁପଡାଘାଟ ଷ୍ଟେସନରେ ପହଞ୍ଚି ଥିଲେ ପରେ ସେଠାରୁ ଡିଏମୟୁ ଟ୍ରେନ ଯୋଗେ ନିରାକାରପୁର ଷ୍ଟେସନ ଆସିଥିଲେ।ସକାଳ ହୋଇଥିଲେ ଟ୍ରେନ ଯୋଗେ ତାମିଲନାଡୁ ଯାଇଥାନ୍ତେ।ପ୍ରଶାନ୍ତ ସ୍ତ୍ରୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ଉଭୟ ପିତା ମାତାଙ୍କୁ ନିଦ ଆସି ଯାଇଥିଲା ସେହି ସୁଯୋଗରେ ମା କୋଳରୁ ଶିଶୁପୁତ୍ର କୁ କୈ।ଣସି ଦୁର୍ବୁତ୍ତ ଉଠାଇ ନେଇଯାଇଛନ୍ତି।ଉଭୟ ପିତା ମାତା ଅନେକ ଖୋଜାଖୋଜି କରିବା ପରେ ଶିଶୁ ପୁତ୍ରକୁ ନ ପାଇ ନିରାକାରପୁର ଆରପିଏଫ ପୋଲିସର ସହାୟତା ମାଗିଥିଲେ ହେଲେ ତାଙ୍କୁ ଆରପିଏଫ ପୋଲିସ କୈ।ଣସି ସହଯୋଗ ନ କରି ଓଲଟା ଗାଳିଗୁଲଜ କରି ପ୍ଲାଟଫର୍ମରୁ ବାହାରି ଯିବାକୁ ଧମକ ଦେଇଥିଲେ ।ପରେ ସେମାନେ ବିଳମ୍ବିତ ରାତିରେ ନିରାକାରପୁର ଥାନାରେ ପହଞ୍ଚିଥିଲେ ସେମାନେ ସୂଚନା ଦେଲେ ନିରାକାରପୁର ରେଳବାଇ ଥାନା ଅଂଚଳରେ ଘଟଣା ଘଟିଛି ସେଠାରେ ଅଭିଯୋଗ କର ସେମାନେ ସେଠାରୁ ନିରାଶ ହୋଇ ଫେରିଲେ।ସକାଳ ସ୍ଥାନୀୟ ଅଂଚଳରେ ଘଟଣା ପ୍ରଘଟ ହେଲା ପରେ ସ୍ଥାନୀୟ ଲୋକଙ୍କ ଚାପରେ ରେଳବାଇ ଜିଆରପି ପୋଲିସରେ ଉଭୟ ଦମ୍ପତି ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୋଲିସ ତଦନ୍ତ ଜାରି ରଖିଛି। ଶିଶୁପୁତ୍ରକୁ ଖୋଜି ଆଣିବାକୁ ପିତାମାତା ଗୁହାରି କରିଛନ୍ତି।






