ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଥାନା ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ହୋଇଥିବା ହତ୍ୟା କାଣ୍ଡ ଘଟଣାର ସମୀକ୍ଷା କରିଛନ୍ତି ନୟାଗଡ଼ ଏସପି ରାହୁଲ ଜୈନ । ଆଜି ସେ ଲାଠିପଡା ଗ୍ରାମର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏଥି ସହିତ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରଖିଛନ୍ତି । ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟିକିନିଖି ତନଖି କରିଛନ୍ତି । ଏଥି ସହିତ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏସପି ସୁଚନା ଦେଇଛନ୍ତି । ସଠିକ ସମୟରେ ଚାର୍ଜ ସିଟ ପ୍ରସ୍ତୁତ କରି କୋର୍ଟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି, ଡିଏସପି, ଇଟାମାଟି ଥାନା ଆଇଆଇସିଙ୍କ ସମେତ ବିଭିନ୍ନ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।