Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ

by ସଞ୍ଜୟ ସ୍ୱାଇଁ
June 11, 2024
in State
ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ
333
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ମୋହନ ମାଝୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ତାଙ୍କ ସହ ସମସ୍ତ ୭୮ ଜଣ ବିଜେପି ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ରାଜ୍ୟପାଳଙ୍କୁ ଅବଗତ ଜଣାଇଛନ୍ତି। ୩ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ଗୋଟିଏ ପତ୍ର ମଧ୍ୟ ସେ ରାଜ୍ୟପାଳଙ୍କୁ ଦେଇଛନ୍ତି। ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ କରିବାକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ଗ୍ରହଣ କରିବେ। ଆଜି ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ସମୟରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଆଉ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ରହିଥିଲେ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!