ଟାଙ୍ଗି, (ବାଘୁଆବାର୍ତ୍ତା): ଟାଙ୍ଗି ବ୍ଲକ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଳିତା ପାଟପୁର କ୍ଲଷ୍ଟର୍ ଠାରେ ୧୨ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଟାଙ୍ଗୀବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଧେଶରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ନୂତନ ସିଆରସିସି ମଳୟ କୁମାର ମଙ୍ଗରାଜ ପରିଚାଳନା କରିଥିଲେ। ଚଳିତ ବର୍ଷ ପାଠକ୍ରମ ଉପରେ ଗୁରୁତ୍ବ ଦେବାକୁ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ମୌଳିକ ସଂଖ୍ୟାଜ୍ଞାନ ଓ ମୌଳିକ ଭାଷାର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ। ପରିଶେଷରେ ନୂତନ ଭାବରେ କ୍ଲଷ୍ଟରେ ଯୋଗ ଦେଇଥିବା ସିଆରସିସି ଶ୍ରୀ ମଙ୍ଗରାଜ ଓ ନୂତନ ଭାବରେ କ୍ଲଷ୍ଟରରେ ଯୋଗ ଦେଇ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ନମିତା ଭଡ, ରୀଙ୍କି ଦାସ ଓ ଗଦାଧର ସାହୁ ପ୍ରମୁଖଙ୍କୁ କ୍ଲଷ୍ଟର ସ୍ତରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଅନୁରୂପଭାବେ ଏହି କ୍ଲଷ୍ଟରରୁ ବିଦାୟ ନେଇଥିବା ସିଆରସିସି ପଞ୍ଚାନନ ଭୁଜୁବଳଙ୍କୁ ସ୍ୱତନ୍ତ୍ରଭାବେ ବିଦାୟ ଦିଆଯାଇଥିଲା |ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ସିଆରସିସି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ |ସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମନାଭ ରଥ ଓ ସହ ଶିକ୍ଷକ ଧରଣୀଧର ମହତରାୟ ଓ ମମତା ବାହିନୀପତି ସହଯୋଗ କରିଥିଲେ | କାର୍ଯ୍ଯକ୍ରମରେ ଡିଆ ବିଦ୍ୟାଳୟର ପ୍ରଧାନଶି୍ଷୟିତ୍ରୀ ରେଣୁବାଳା ବେହେରା, ସନଗୋବିନ୍ଦ ପୁର ସ୍କୁଲ ର ପ୍ରଧାନ ଶି୍ଷୟିତ୍ରୀ ପୁଷ୍ପଲତା ସେଠୀ, ରାମଚନ୍ଦ୍ର ନାୟକ, ସୁଶାନ୍ତ ସ୍ବାଇଁ, ଚରଣ ସେଠୀ, ସଂଯୁକ୍ତା ପଟ୍ଟନାୟକ, ସଂଯୁକ୍ତା ସାହୁ, ରମେଶ ସିଂ , ଉନୀତା ହରିଚନ୍ଦନ, ନିବେଦିତା ସାହୁ, ପ୍ରଭାତୀ ପରିଡ଼ା, ବିଦ୍ୟାଧର ପ୍ରଧାନ, କବିଲତା ଦେଵୀ, ବନଜ୍ୟୋସ୍ନା ସେଠୀ ଉପସ୍ଥିତ ରହି ସହଯୋଗ କରିଥିଲେ |ରେଙ୍ଗଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ।