କଟକ, (ବାଘୁଆବାର୍ତ୍ତା): କଟକ ସିଡିଏସ୍ଥିତ ନ୍ୟୁ ବର୍ନ ଆଣ୍ଡ୍ ପେ୍ ହେଲ୍ଥ ସେଣ୍ଟର ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣାରେ ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ। କଟକ ଉପଜିଲାପାଳ ଜ୍ୟୋତିଶଙ୍କର ରାଏଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ହସ୍ପିଟାଲରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ପ୍ରମାଣପତ୍ର ଠିକ୍ ନ ଥିବାରୁ ୭ ଦିନ ମଧ୍ୟରେ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା ସୂଚନା ଦେଇଛନ୍ତି। ପରେ ମୃତ ଶିଶୁର ପରିବାର ଲୋକ ଧାରଣା ପ୍ରତ୍ୟାହୃତ କରିଥିଲେ। ସୂଚନାନୁଯାୟୀ, ଯାଜପୁର କୋରାଇ ଅଞ୍ଚଳର ସୁପ୍ରଭା ବିଶ୍ୱାଳ ଓ ରାଜେନ୍ଦ୍ର ସାହୁଙ୍କର ଗତ ୨୬ ଅକେଫାବରରେ ଏକ ଶିଶୁପୁତ୍ର ଯାଜପୁର ମେଡିକାଲଠାରେ ଜନ୍ମ ହୋଇଥିଲା। ଶିଶୁଟିର ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ଭେଣ୍ଟିଲେଟର ଆବଶ୍ୟକ ଥିଲା। ଶିଶୁଟିକୁ ଯାଜପୁର ମେଡିକାଲରୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଶିଶୁଭବନରେ ଭେଣ୍ଟିଲେଟର ଫାଙ୍କା ନ ଥିବା ଜାଣି ପରିବାର ଲୋକ ଶିଶୁଟିକୁ ଉକ୍ତ ଘରୋଇ ହସ୍ପିଟାଲକୁ ନେଇ ଭର୍ତ୍ତି କରାଇଥିଲେ।