ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭରତପୁର କାଣ୍ଡରେ ହାଇକୋର୍ଟଙ୍କ ଶୁଣାଣି, ସେନାଅଧିକାରୀଙ୍କୁ ଥାନାରେ ବ୍ୟବହାର ନେଇ ଏସଓପି ଆଣିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ସମସ୍ତ ଥାନାରେ ସିସିଟିଭି ଲାଗିନି ବୋଲି କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ସୁରକ୍ଷା ବାହିନୀର କୌଣସି ଅଧିକାରୀ ଥାନାର ଦ୍ବାରସ୍ଥ ହେଲେ ପୁଲିସ ସେମାନଙ୍କୁ କିପରି ବ୍ୟବହାର କରିବ ସେନେଇ ରାଜ୍ୟ ସରକାର ଏସଓପି ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୧୩ଟି ଥାନରେ ଏଯାଏଁ ସିସିଟିଭି କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଆଗାମୀ ୧୫ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବତନ ଜେଲ ଆଧୁନୀକରଣ ଏଡିଜି କୋର୍ଟଙ୍କୁ ଜଣାଇଛନ୍ତି । ସେହିପରି ଅସଦାଚରଣ ମାମଲାରେ ମେଜରଙ୍କ ବାନ୍ଧବୀ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିବା ପ୍ରସଙ୍ଗରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି । ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିବାକୁ ପୀଡ଼ିତାଙ୍କୁ କେବଳ ତାଙ୍କ ନିଜ ସମ୍ମାନ ପାଇଁ ବାରଣ କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପୀଡ଼ିତା ଦେଇଥିବା ବୟାନକୁ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କୁହାଯାଇପାରିବ ନାହିଁ ବୋଲି କୁହାଯାଇଛି । ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନିଲମ୍ବିତ ଜଣେ ପୋଲିସ ଅଧିକାରୀଙ୍କ ମା ।