Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଳନ୍ତା ବସ୍‌ରୁ ଖସି ପଡ଼ିଲେ ହେଲପର, ମୁଣ୍ଡରେ ଚଢ଼ି ଗଲା ଚକା

by ସଞ୍ଜୟ ସ୍ୱାଇଁ
October 1, 2024
in Accident, State
ଚଳନ୍ତା ବସ୍‌ରୁ ଖସି ପଡ଼ିଲେ ହେଲପର, ମୁଣ୍ଡରେ ଚଢ଼ି ଗଲା ଚକା
73
VIEWS
Share on FacebookShare on Twitter

ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଚଳନ୍ତା ବସ୍‌ରୁ ଖସିପଡ଼ିଲେ ହେଲପର। ତାଙ୍କ ଉପରେ ଚଢ଼ିଗଲା ବସ୍ ଚକା। ଘଟଣାଟି ଘଟିଛି ବ୍ରହ୍ମଗିରି-ଖଜୁରିଆ ରାସ୍ତାର ନିଖିରା ଗୋବିନ୍ଦପୁର ଛକରେ। ମୃତ ହେଲପରଙ୍କ ନାଁ ହେମନ୍ତ ଲେଙ୍କା। ତାଙ୍କୁ ୨୨ ବର୍ଷ ହୋଇଥିଲା। ତାଙ୍କ ଘର ସ୍ଥାନୀୟ ଦାମୋଦରପୁରା ଗାଁରେ। ବସ୍‌ଟି ପୁରୀରୁ ବ୍ରହ୍ମଗିରି, ଖକୁରିଆ, ନିରାକାରପୁର ଦେଇ ବ୍ରହ୍ମପୁର ଯାଉଥିଲା। ବସ୍‌ଟି ବ୍ରହ୍ମଗିରି-ଖଜୁରିଆ ରାସ୍ତାର ନିଖିରା ଗୋବିନ୍ଦପୁର ଛକରେ ଥିବା ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ହେଲପର ହେମନ୍ତ ଲେଙ୍କା ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ସେ ରାସ୍ତାରେ ପଡ଼ିଯିବା କ୍ଷଣି ତାଙ୍କ ମୁଣ୍ଡ ଉପରେ ବସ୍‌ର ଚକା ଚଢ଼ି ଯାଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତା’ ସହିତ ବସ୍‌ଟିକୁ ଥାନାରେ ଅଟକ ରଖିଛି। ବ୍ରହ୍ମଗିରି ପୁଲିସ ଘଟଣାର ତଦନ୍ତ କରୁଛି।

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!