ରଣପୁର, (ବାଘୁଆବାର୍ତ୍ତା): ଜଣେ ଜାତିର ଜନକ, ଅଂହିସାର ପୂଜାରୀ ତ ଆଉ ଜଣେ ଶାନ୍ତିଦୂତ | ଆମ ଦେଶ ପାଇଁ ଅକ୍ଟୋବର ୨ ତାରିଖ ଅବିସ୍ମରଣୀୟ ହୋଇ ରହିଛି | ସେହି ମହାପୁରୁଷ ହେଉଛନ୍ତି ସତ୍ୟର ସାଧକ ଅଂହିସାର ପୂଜାରୀ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ | ସତ୍ୟାଗ୍ରହ ସଂଗ୍ରାମର ସେନାପତି ତଥା ସତ୍ୟ ଅଂହିସାର ପଥ ପ୍ରଦର୍ଶକ ମହାତ୍ମାଗାନ୍ଧୀଙ୍କର ଆଜି ୧୫୫ ତମ ଜନ୍ମ ଜୟନ୍ତୀ | ସେହିପରି ଲାଲ ବାହାଦୂର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମ ଜୟନ୍ତୀ ଆଜି ସାରା ଦେଶରେ ପାଳନ କରାଯାଇଛି |
ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ବରେ ଏହି ଦିବସକୁ ପାଳନ କରାଯାଇଛି | ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ପିଲାମାନଙ୍କୁ କହିଥିଲେ |
ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ ଓ ନୀତି ଅନୁସରଣ କରିବା ପାଇଁ ଉପଦେଶ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା | ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ | ନରସିଂହପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, ମଝିଆଖଣ୍ଡ ଗୌରାଙ୍ଗପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି |