ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଳକ ନଛିପୁର ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର୍ ର ଦଳିତ ଅନାଥ ଛାତ୍ର ସୂର୍ଯ୍ୟକାନ୍ତ ନାଏକଙ୍କୁ ସହାୟତା ପାଇଁ ବଦାନ୍ୟ ତଥା ହିତକାଂକ୍ଷୀ ଆଦର୍ଶ ଶିକ୍ଷକ ମାନଙ୍କ ଠାରୁ ଆଦାୟ ହୋଇଥିବା ଅର୍ଥ ଅନାଥ ପିଲାଟି ପାଖରେ ନ ପହଞ୍ଚି ପୁଣି ଦାତା ମାନଙ୍କ ପାଖକୁ ଫେରି ଯାଇଛି | ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ସହାୟତା ଅର୍ଥ ଆସିଥିଲା, ତାହା ଦୀର୍ଘ ଦିନ ବ୍ୟବଧାନ ପରେ ଲକ୍ଷ୍ଯ ସ୍ଥଳରେ ନପହଂଚି ଦାତା ମାନଙ୍କୁ ଫେରାଇ ଦିଆଯିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନକୁ ଠିଆ କରିଛି | ମହତ୍ ଉଦ୍ଦେଶ୍ୟରେ ଦାନ ଅର୍ଥକୁ ଫେରାଇବା ଓଡ଼ିଆ ଅସ୍ମିତାର ପରିପନ୍ଥୀ ବୋଲି କୁହା ଯାଉଥିବାବେଳେ, ଦେଇଥିବା ସହାୟତା ଫେରି ପାଇ ଅନେକ ଶିକ୍ଷକ ସନ୍ତୁଷ୍ଟ ନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି | ଅନ୍ୟ ପକ୍ଷରେ ବାପା, ମାଆ, ଜେଜେବାପା, ଜେଜେମାଙ୍କୁ ହରାଇଥିବା ସୂର୍ଯ୍ୟକାନ୍ତଙ୍କର ଜଣେ ସମ୍ପର୍କିୟ ସହାୟତା ରାଶି ପିଲାଟିକୁ ମିଳି ନଥିବାରୁ ଖୁବ୍ ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି | ଦୀର୍ଘଦିନ ଧରି ସହାୟତା ପାଇଁ ଆଦାୟ ଅର୍ଥ ସୂର୍ଯ୍ୟକାନ୍ତକୁ ପ୍ରଦାନ କରା ନଯାଇ ରଖାଯିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅର୍ଥ ଫେରସ୍ତ ଦେବା, ଏପରିକି ଯଥୋଚିତ କାରଣ ସହ ପ୍ରତିକ୍ରିୟା ଗଣମାଧ୍ୟମକୁ ଦିଆ ନଯାଇ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ବାର୍ତ୍ତା ପ୍ରେରଣ କରିବା ବୁଦ୍ଧିଜିବୀ ମହଲରେ ଆଲୋଡନ ସୃଷ୍ଟି କରିଛି | ବଡ଼ କଥା ହେଲା, ଜନୈକ ଶିକ୍ଷକ ଟଙ୍କା ଫେରସ୍ତ ପାଇବା ପରେ କାରଣ ସମ୍ଵନ୍ଧରେ ବୁଝିବା ସହିତ ସୂର୍ଯ୍ୟକାନ୍ତ ଏବଂ ତାଙ୍କ ପରିବାର ଆମେ ଅର୍ଥ ଆଦାୟ କରିଥିବାର ଜାଣି ଥିବାରୁ କାହିକିଁ ଫେରେଇଲେ ବୋଲି ପ୍ରଶ୍ନ କରିବାରୁ “ନାଇଁ- ଫେରେଇ ଦେବା” ବୋଲି କେବଳ ଉତ୍ତର ମିଳିଥିବା ପ୍ରକାଶ କରିଛନ୍ତି |