ନୟାଗଡ଼,(ବାଘୁଆବାର୍ତ୍ତା) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆଜି ସାରା ଦେଶରେ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ୪ଟି କେନ୍ଦ୍ରରେ ଏହି କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ଆଜି ଠାରୁ ଜିଲ୍ଲାର ମୋଟ ୧୧ଟି କେନ୍ଦ୍ରରେ ଟୀକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ସେଗୁଡ଼ିକ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମହୀପୁର, ଶରଣକୁଳ, ଭାପୁର, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା, ଓଡ଼ଗାଁ, ରାଜସୁନାଖଳା, ଦର୍ପନାରାୟଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।