ନୟାଗଡ଼, (ବାଘୁଆବାର୍ତ୍ତା): ମିଠା ମାନଙ୍କ ମଧ୍ୟରେ ରାଜା ସାଜିଥିବା ଛେନାପୋଡ ପାଇଁ ଆଜିର ଦିନଟିକୁ ଖୁବ୍ ଧୁମ୍ ଧାମର ସହ ପାଳନ କରାଯାଇଛି। ଦେଶର କୋଣ ଅନୁକୋଣରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରୁଥିବା ବେଳେ ବାଦ୍ ପଡ଼ିନି ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟ। ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ୍ ୧୧ ତାରିଖ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି ବେଳେ ଆଜି ବିଜେଡ଼ି ନୟାଗଡ଼ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିଛନ୍ତି। ଶତାଧିକ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଛେନାପୋଡ଼ କାଟି ସମସ୍ତେ ସମସ୍ତଙ୍କୁ ଛେନାପୋଡ଼ ଖୁଆଇ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିଛନ୍ତି।






