Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁରୀ ସମଙ୍ଗ ନୂଆ ବସ ଷ୍ଟାଣ୍ଡରେ ଖତ ଖାଉଛି ୩୫ଟି ବ୍ୟାଟେରୀ ଚାଳିତ ଗାଡି

by ସଞ୍ଜୟ ସ୍ୱାଇଁ
August 2, 2024
in State
ପୁରୀ ସମଙ୍ଗ ନୂଆ ବସ ଷ୍ଟାଣ୍ଡରେ ଖତ ଖାଉଛି ୩୫ଟି ବ୍ୟାଟେରୀ ଚାଳିତ ଗାଡି
103
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ ସମଙ୍ଗ ନୂଆ ବ ବସଷ୍ଟାଣ୍ଡରେ ସାତ ମାସ ଧରି ଖତ ହେଉଛି ୩୫ଟି ନୂଆ ବ୍ୟାଟେରିଚାଳିତ ମିନି ବସ୍। ସେଗୁଡ଼ିକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନାଁ ଲେଖା ଯାଇଛି। ପାରମ୍ପରିକ ଝୋଟି ଏବଂ ଚିତ୍ରରେ ଏହି ବସ୍ ଗୁଡ଼ିକ ବେଶ୍ ଆକର୍ଷଣୀୟ ଦିଶୁଛି। କିନ୍ତୁ କିଣାଯିବା ଦିନଠାରୁ ଗୋଟିଏ ହେଲେ ବସ୍ ଥରୁଟିଏ ବି ଗଡ଼ି ନାହିଁ। ଖରା ବର୍ଷାରେ ଖୋଲାରେ ପଡ଼ି ପଡ଼ି ନଷ୍ଟ ହେବାରେ ଲାଗିଛି। ରାଜ୍ୟରେ ସରକାର ବଦଳି ଯାଇଥିବାରୁ ଏହି ସବୁ ବ୍ୟାଟେରିଚାଳିତ ନୂଆ ବସ୍ ଗୁଡ଼ିକର ବ୍ୟବହାର ଅଟକି ରହିଛି। ତେବେ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ଗତ ଜାନୁଆରୀ ମାସରେ ଏହି ବସ୍ ଗୁଡ଼ିକ ରାଜ୍ୟ ସରକାର କିଣିଥିଲେ। ପୁରୀ ରେଳଷ୍ଟେସନ ଏବଂ ପୌର ବସ ଷ୍ଟାଣ୍ଡ ସମେତ ମାଳତୀପାଟପୁର ବସ୍ ଟର୍ମିନାଲରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଭକ୍ତଙ୍କୁ ମାଗଣାରେ ନେବା ଆଣିବା କରିବା ପାଇଁ ଏହି ବସ୍ ଗୁଡ଼ିକ କିଣାଯାଇଥିଲା। ସମଙ୍ଗ ବସ୍ ଷ୍ଟାଣ୍ଡରେ ଏଥିପାଇଁ ଏକ ଟର୍ମିନାଲ ନିର୍ମାଣ କରାଯାଇଛି। ବସ୍ ଗୁଡ଼ିକୁ ସେଠାରେ ପ୍ରତ୍ୟେକ ଦିନ ରିଚାର୍ଜ କରାଯିବ। ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଏହି ବସ୍ ଗୁଡ଼ିକ ଚଳାଚଳ କରିବ। ତିରୁପତି ପରି ପୁରୀରେ ଭକ୍ତଙ୍କୁ ସରକାର ମାଗଣା ପରିବହନ ସେବା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ ରହିଥିଲା। ଏଥିସହ ବସ୍ ଚଳାଚଳ ପାଇଁ ଏପର୍ୟ୍ୟନ୍ତ ଡ୍ରାଇଭର କିମ୍ବା ହେଲ୍ସର ନିଯୁକ୍ତି ଦିଆଯାଇ ନାହିଁ। ଭକ୍ତଙ୍କ ବ୍ୟବହାର ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ଏହି ୩୫ଟି ନୂଆ ବ୍ୟାଟେରିଚାଳିତ ମିନି ବସ୍ ବ୍ୟବହାର ହୋଇ ନପାରି ଖତ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହି ବସ୍ ଗୁଡ଼ିକ ପୁରୀ ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ସମେତ କୋଣାର୍କ, ସାତପଡ଼ା ଆଦି ନିକଟବର୍ତ୍ତୀ ସ୍ଥାନକୁ ଚଳାଚଳ କରିବା ପ୍ରସ୍ତାବ ରହିଥିବା କୁହାଯାଉଥିଲା।

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!