ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ପରଶୁ ଚିନ୍ତାମଣି ହାଇସ୍କୁଲ, ଭୋଗବାଡ଼ି ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି | ଇତ୍ୟବସରରେ ବୃଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଧାନଶିକ୍ଷକଙ୍କ ଅକୃର ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ନିର୍ମଳା ସାହୁ, ପରିଚାଳନା କମିଟି ସଭ୍ଯ ତଥା ଆଇନଜିବୀ ବିରଞ୍ଚି ପ୍ରସାଦ ସାହୁ, ଆଲୁମିନା କମିଟି ସଭ୍ଯ ମିଲନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ | ବିଦ୍ୟାଳୟ ଚତୁଃପାର୍ଶ୍ଵରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା | ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଯୁଧିଷ୍ଠିର ଭୂୟାଁ, ଶିକ୍ଷୟତ୍ରୀ ସରୋଜିନୀ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଦାଶରଥି ବେହେରାଙ୍କ ସମେତ ଶିକ୍ଷକ – କର୍ମଚାରୀ ସହଯୋଗ କରିଥିଲେ | ବୃକ୍ଷ ରୋପଣ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା |