ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିନରେ ରହିଥିବା ଏକ ଅନାଥ ଶିଶୁକୁ ଆମେରିକୀୟ ଦମ୍ପତ୍ତି ଆଜି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏନେଇ ଦମ୍ପତ୍ତି ସରକାରୀ ନିୟମ ଅନୁସାରେ ସମସ୍ତ କାଗଜପତ୍ର କରିଥିଲେ । ନୟାଗଡ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅନାଥ ପରିତ୍ୟକ୍ତ ବାଳାଶ୍ରମରେ ରହୁଥିବା ଶିଶୁକୁ ଆମେରିକୀୟ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଅଧିନିୟମ – ୨୦୨୨ ଅନୁଯାୟୀ ହସ୍ତାନ୍ତର କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଉପସ୍ଥିତିରେ ସେ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ସମୟରେ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଶିଶୁ ଏବଂ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତ୍ତିଙ୍କ ପରିଚୟ ଗୋପନ ରଖାଯାଇଛି ।