ନୟାଗଡ଼, (ବାଘୁଆ ବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷାଙ୍କ ନେତୃତ୍ୱରେ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡ଼ିଛି। ନୟାଗଡ଼ ପଂଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏବଂ ପରବର୍ତ୍ତୀ ସମୟରେ ବିଜେପି ରେ ଯୋଗ ଦେଇଥିଲେ। ତେବେ ଯେଉଁ ସରପଞ୍ଚ ସମିତି ସଭ୍ୟ ମାନେ ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥଲେ, ସେମାନଙ୍କୁ ନଜଣାଇ, ତାଙ୍କ ସହ ବିଶ୍ୱାସ ଘାତକ କାମ କରି ଯାଇ ବିଜେପି ଯୋଗ ଦେବା ଯୋଗୁଁ ଆଜି ତାଙ୍କ ନାମରେ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି। ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏକଜୁଟ ହୋଇ ନୟାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ନାମରେ ଉପ ଜିଲ୍ଲପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ପାଖରେ ଅନାସ୍ଥା ପ୍ରସ୍ତାବ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ସେପଟେ ଉପ ଜିଲ୍ଲପାଳ ଏହାର ତଦନ୍ତ କରି ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଶୋର ସାହୁଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବକୁ ନେଇ ନୟାଗଡ଼ ରାଜନୀତି ସରଗରମ ହେବାରେ ଲାଗିଛି।






